May 24, 2024
Song-Sarigala Sarigala tor mor dosti Song Lyrics
Singer-Kumar Bapi

ସରିଗଲା ସରିଗଲା ତୋର ମୋର ଦୋସ୍ତି

କେବେ ତୁ ଠିକ୍‌, କେବେ ମୁଁ ଠିକ୍‌
କେବେ ତୁ ଭୁଲ୍‌, କେବେ ମୁଁ ଭୁଲ୍‌
କେବେ ତୁ ଠିକ୍‌, କେବେ ମୁଁ ଠିକ୍‌
କେବେ ତୁ ଭୁଲ୍‌, କେବେ ମୁଁ ଭୁଲ୍‌
ଦୋଷ ଠାରୁ ବଳିଗଲା ତୋର ଏଇ ଶାସ୍ତି
ସରିଗଲା ସରିଗଲା ତୋର ମୋର ଦୋସ୍ତି (୨ ଥର)
ସରିଗଲା ସରିଗଲା ତୋର ମୋର…
ତୋର ମୋର ଦୋସ୍ତି
ବନ୍ଧନ ବନ୍ଧୁତାର, ହଜାରେ ଜନମର, ଆଜି ଠାରୁ ଛିଡ଼ିଲା
ତୋ ବାଟ ମୋ ବାଟ, ଆଉ ହବ ନାହିଁ ଭେଟ, ଆଜି କଟି ପଡ଼ିଲା
ଦୋଷ ମୁଁ କରିନାହିଁ, ଦୋଷୀ ମୁଁ ଗଲି ହେଇ, ଏ ଦୁନିଆ ଆଖିରେ
କଥା ଥିଲା ଜୀବନକୁ, ସାଥି ହେଇ ଜିତିବାକୁ, ରହିଗଲା ବାକିରେ
କେବେ ତୁ ଧୋକା, କେବେ ମୁଁ ଧୋକା
କେବେ ତୁ ଏକା, କେବେ ମୁଁ ଏକା
ଦେଇଥିଲି ବନ୍ଧୁ ଋଣ ଶୁଝି ଦେଲୁ କିସ୍ତି
ସରିଗଲା ସରିଗଲା ତୋର ମୋର ଦୋସ୍ତି (୨ ଥର)
ସରିଗଲା ସରିଗଲା ତୋର ମୋର…
ତୋର ମୋର ଦୋସ୍ତି
ମାଗିବା ପାଇଁ କ୍ଷମା, ଉପାୟ ନାହିଁ ଜମା, ଆଜି ନିଜ ପାଖରେ
କେମିତି ମୁଁ ବୁଝେଇବି, କିଏ ଅବା ଜାଣି ଜାଣି ପାଦ ରଖେ କଣ୍ଟାରେ
ବନ୍ଧୁ ତୁ ଏମିତିକା, ଦେଲୁତୁ ଯେଉଁ ଧୋକା, କହ କିଏ ପାରିବ
ପ୍ରତିଶୋଧ ନେଲା ବେଳେ, ଶତ୍ରୁ ବି ଭାବେ ଥରେ କିଏ କେତେ ସହିବ
କେବେ ତୁ ବନ୍ଧୁ, କେବେ ମୁଁ ବନ୍ଧୁ
କେବେ ତୁ ଶତ୍ରୁ, କେବେ ମୁଁ ଶତ୍ରୁ
ଆଉ ତୋ ସାଥିରେ ହବ ନାହିଁ ମୋର ମସ୍ତି
ସରିଗଲା ସରିଗଲା ତୋର ମୋର ଦୋସ୍ତି (୬ ଥର)
ସରିଗଲା ସରିଗଲା ତୋର ମୋର…
ତୋର ମୋର ଦୋସ୍ତି
Read more-https://odialyricsworld.com/cute-gelhi-odia-song-lyrics/

Leave a Reply

Your email address will not be published. Required fields are marked *