May 24, 2024
Pagala bhanra tu lo mu phagurani song lyrics
Tu Prema Barna Bodha
Singer-Human Sagar
(ପୁ)
ପାଗଳ ଭଅଁର ମୁଁ ଲୋ ତୁ ଫଗୁରାଣୀ
ତୋ ସାଥେ ଲେଖା ମୋର କେତେ କାହାଣୀ
(ଝି)
ଅନାମିକା ନାୟିକା ମୁଁ ତୁ ଯାଯାବର
ତୋ ଉପରେ ଦିନ ରାତି ମୋ ନଜର
(ପୁ)
ତୋ ପାଇଁ ସକାଳ ନିଦୁଆ ନିଦୁଆ
ମନ ମଉସୁମୀ ମେଘୁଆ ମେଘୁଆ
ତତେ ଯେତେ ପଢ଼େ ସେତେ ମିଳେ ଆନନ୍ଦ
ତୁ ପ୍ରେମ ବର୍ଣ୍ଣବୋଧ
ହାଏରେ..ତୁ ପ୍ରେମ ବର୍ଣ୍ଣବୋଧ
(ଝି)
ତୁ ପ୍ରେମ ବର୍ଣ୍ଣବୋଧ
ହାଏରେ..ତୁ ପ୍ରେମ ବର୍ଣ୍ଣବୋଧ ॥
(ପୁ)
ଠୁମୁରୁ ଠୁମୁରୁ ପାଦରେ ତୋର ପାଉଁଜି ଶବଦ
ମୋର ଚୋରେଇଲା ନିଦ
ମୋର ହଜେଇଲା ନିଦ
(ଝି)
ହାଁ..ଘୁମୁରୁ ଘୁମୁରୁ କଥାଟା ତୋର ମହୁଲି ସୁରେଇ
ମୋର ରାତି ଗଲା ନେଇ
ମୁଁ ପାରୁନାଇ ଶୋଇ
(ପୁ)
ତୁ ରାଜକୁମାରୀ କୋଉ କବିତାର
ତୁନି ଏତେ କାଇଁ ଦେଇଦେ ଉତ୍ତର
ତୁ ଏକା ଜିଇଁବାର ଗୋଟେ ଶବଦ
ତୁ ପ୍ରେମ ବର୍ଣ୍ଣବୋଧ
ହାଏରେ..ତୁ ପ୍ରେମ ବର୍ଣ୍ଣବୋଧ
(ଝି)
ହାଁ..ତୁ ପ୍ରେମ ବର୍ଣ୍ଣବୋଧ
ହାଁ..ତୁ ପ୍ରେମ ବର୍ଣ୍ଣବୋଧ ॥୧॥
(ଝି)
ମଧୁର ମଧୁର ତୋ ପାଇଁ ଲାଗେ ଅଫେରା ଜୀବନ
ତୁ ଛାତିର ସ୍ପନ୍ଦନ
ତୁ ଆଖିର ସପନ
(ପୁ)
ଆରେ ଆରେ ନିଜର ନିଜର ଲାଗୁଚି ଏବେ ଅଧୁରା ଫଗୁଣ
ତୁ ଜିଇଁବା କାରଣ
ତୁ ଖୁସିର ମେଲଣ
(ଝି)
ଫେରିବା ବାଟ ମୋ ଯାଇଛି ମୁଁ ଭୁଲି
ତୋ ବାଟେ ଚାଲୁଛି କାଇଁ ଆଜି କାଲି
ତୁ ମୋର ଖରା ବର୍ଷା ଶୀତ ହେମନ୍ତ
ତୁ ପ୍ରେମ ବର୍ଣ୍ଣବୋଧ
ହଁ..ତୁ ପ୍ରେମ ବର୍ଣ୍ଣବୋଧ
(ପୁ)
ହାଏ..ତୁ ପ୍ରେମ ବର୍ଣ୍ଣବୋଧ
ହୁଁ ହୁଁ..ତୁ ପ୍ରେମ ବର୍ଣ୍ଣବୋଧ ॥
ଗୀତ -ତୁ ପ୍ରେମ ବର୍ଣ୍ଣବୋଧ
ସଂଗୀତ -ହ୍ୟୁମାନେ ସାଗର ,ଜ୍ୟୋର୍ତିମୟୀ ନାୟକ
ଗୀତିକାର-ବାପୁ ଗୋସ୍ଵାମୀ
ମସିହା-୨୦୧୯

Leave a Reply

Your email address will not be published. Required fields are marked *