May 24, 2024

Song:Dukha Mo Bhagya Re Lekha song Lyrics

Singer: Human Sagar

 

କେମିତି ପିନ୍ଧିଲୁ ମଥାରେ ସିନ୍ଦୂର
ହାତରେ ନାଇଲୁ ଶଙ୍ଖା
କେମିତି କରିଲୁ କାହାକୁ ନିଜର
ମତେ ଦେଇଗଲୁ ଧୋକା
ତୋ ଦୁନିଆରେ ଖୁସିରେ ଅଛୁ ତୁ
ମୁଁ ମରୁଛି ଲୋ ଏକା….
ଦୁଃଖ ମୋ ଭାଗ୍ୟରେ ଲେଖା..(୨)

ସାତ ଜନମକୁ କଥା ଦେଇ ତୁ ଲୋ
ଗୋଟିଏ ଜନମ ରଖିଲୁ ନାହିଁ
ହାଏ ମନ ନେଇ ମୋର ବେଇମାନୀ କଲୁ
କହଲୋ କି ସୁଖ ପାଇଲୁ ତୁହି
ତୁ ପାଇଗଲୁ ଜୀବନ ସାଥିଟେ
ମୁଁ ଜଳୁଛି ଲୋ ଏକା…
ଦୁଃଖ ମୋ ଭାଗ୍ୟରେ ଲେଖା..(୨)

ତତେ ଭଲପାଇ ଖୁସି ମାଗିଥିଲି
ଯନ୍ତ୍ରଣା ଯୁଇରେ ଜଳିବା ପାଇଁ
ହୋ.. ଉପହାର ମତେ ଦେଲୁ ଲୋ ଏମିତି
ଆଖି ଖୋଲିଦେଲେ ଲୁହ ଝରଇ
ତୁ ଶୋଉଛୁ ଲୋ ଫୁଲର ଶେଯରେ
ମୋ ଦୁନିଆଟା ଫାଙ୍କା…
ଦୁଃଖ ମୋ ଭାଗ୍ୟରେ ଲେଖା..(୨)

Leave a Reply

Your email address will not be published. Required fields are marked *